କଟକ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଳାପାଳଙ୍କ ସୂଚନା।

ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଆଜି ପୂର୍ବାହ୍ନରେ କଟକ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ନିକଟରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହୋଇଥିବା ସନ ହସ୍ପିଟାଲର କାଗଜ଼ପତ୍ର ଯାଞ୍ଚ ସହ ଦୁର୍ଘଟଣା ରୋକଯିବା ନିମନ୍ତେ ନିଆଯାଉଥିବା ପଦକ୍ଷେପର ସନ୍ତୋଷଜନକ ଉତ୍ତର ନପାଇବାରୁ ତଥା ଫାୟାର ସେଫଟି ସାର୍ଟିଫିକେଟ ନ ଥିବାରୁ ହସ୍ପିଟାଲକୁ ସାମହିକ ଭାବେ ବନ୍ଦ କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ବିଭିନ୍ନ ନିତି ନିୟମ ଓ କ୍ଲିନିକାଲ ଏଷ୍ଟାବ୍ଳସମେଣ୍ଟ ଆକ୍ଟର ଉଲଂଘନ ହୋଇଥବାର ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ନିୟମାନୁଯାଇ ପ୍ରମାଣଯୋଗ୍ୟ କାଗଜପତ୍ର ଉପଲବ୍ଧ ହେବାପରେ ପ୍ରଶାସନର ଅନୁମତିକ୍ରମେ ହସ୍ପିଟାଲ ଚାଲିପରିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବର୍ତ୍ତମାନ କୌଣସି ପରିସ୍ଥିତିରେ ଏହି ହସ୍ପିଟାଲରେ ଚିକିତ୍ସା ତଥା ରୋଗୀ ସେବା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମଧ୍ୟ ଦେଇଛନ୍ତି।ସେହିପରି ଆସନ୍ତା ୧୨ ତାରିଖ ଶୁକ୍ରବାରଠାରୁ ରାଣୀହାଟ-ବିରିବାଟି ଜାତୀୟ ରାଜପଥ ପର୍ଯ୍ୟନ୍ତ ହେବାକୁ ଥିବା ତାଳଦଣ୍ଡା କେନାଲର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏଥିଯୋଗୁଁ ବିସ୍ଥାପିତ ହେବାକୁଥିବା ଲୋକଙ୍କ ପାଇଁ ଓ ଏସ ଏ ପି ଓ ନୂଆପଡାସ୍ଥିତ ବାଲିସାହିଠାରେ ସମସ୍ତ ପୁନଃ ଥଇଥାନ ନିୟମାନୁସାରେ ବ୍ୟବସ୍ଥା କରାଯାଇ ସେମାନଙ୍କୁ ଥଇଥାନ କରାଯିବା ନେଇ ଜିଲ୍ଳାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିବା ସହ ଗଣମାଧ୍ୟମର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ଓ ଆଗାମୀ ଦିନ ମାନଙ୍କରେ ଏହା ଅଧିକ ସହାୟକ ହେବବୋଲି ଜିଲ୍ଳାପାଳ ସୂଚନା ଦେଇଥିଲେ।
Bhabani shankar Chayani

Leave a Reply

Your email address will not be published.