ସୁନ୍ଦରଗଡ଼ରେ ଅଘଟଣ, କୋଏଲ ନଦୀରେ ବୁଡି ୨ ବାଳକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର କୋଏଲ ନଦୀରେ ଅଘଟଣ । ଆଜି କୋଏଲ ନଦୀରେ ବୁଡି ଆଉ ଦୁଇଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ଭାଟା ବସ୍ତି ନିକଟ କୋଏଲ ନଦୀରୁ ୩ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କ ମୃତ ଶରୀର କୋଏଲନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l

 

ଝିରିପାଣି ପୁଲିସ ଓ ଅଗ୍ନିଶମ ଟିମ ଏବଂ ସ୍ଥାନୀୟ ଲୋକ ନାବାଳକଦ୍ବୟଙ୍କ ଶବକୁ ନଦୀରୁ ଉଦ୍ଧାର କରିଛନ୍ତି । ଭାଟା ବସ୍ତି ଘାଟ ନିକଟ କୋଏଲ ନଦୀ କୂଳରେ ଉଭୟ ନାବାଳକଙ୍କ ଚପଲ ପଡି ରହିଛି । ତେବେ ମୃତ ଦୁଇ ନାବାଳକ ସ୍ଥାନୀୟ ବସ୍ତିର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି l ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳି ପାରି ନଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଶୌଚ କିମ୍ବା ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

 

Leave a Reply

Your email address will not be published.