ଦାଢାପାଟଣାରୁ ଜଣେ କରୋନା ପଜେଟିଭ

ବାରଙ୍ଗ,୨୭।୭ (ଏନ୍ ନ୍ୟୁଜ୍) ବାରଙ୍ଗ ବ୍ଲକ ଦାଢ଼ାପାଟଣା ପଞ୍ଚାୟତରୁ ଜଣେ ୪୭ ବର୍ଷୀୟ ବ୍ୟବସାୟୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଏକ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ କୋଭିଡ଼ ଚେଷ୍ଟ ପାଇଁ ରକ୍ତ ନମୂନା ନିଆଯାଇ ଥିଲା। ରକ୍ତ ନମୂନା ପଜେଟିଭ ଥିବା ପରୀକ୍ଷାରୁ ଜଣାପଡିବା ପରେ ତାଙ୍କ ଚିକିତ୍ସା ପାଇଁ ସଂବରୋଧ କେନ୍ଦ୍ରକୁ ନିଆଯାଇଛି। ଆସନ୍ତା କାଲିଠାରୁ ସଂକ୍ରମିତ ପରିବାରକୁ ବ୍ଲକ ପ୍ରଶାସନ ସଂଗରୋଧ ରହିବାକୁ ନିର୍ଦ୍ଦେଶଜାରୀ କରିବାକୁ ସ୍ଥିର ହୋଇଛି। ସମସ୍ତ ଆବଶକ୍ୟ ସମଗ୍ରୀ ଯୋଗାଇବାକୁ ମଧ୍ୟ ସ୍ଥିର କରାଯାଇଛି। ଦାଢାପାଟଣାରୁ ବର୍ତ୍ତମାନ ଶୁଦ୍ଧା ୨ ଜଣ ସଂକ୍ରମିତ ବାହାରିଛନ୍ତି। ଗତ ୧୧ ତାରିଖରେ ଜଣେ ୨୮ ବର୍ଷିୟ ଯୁବକଙ୍କର କିମସ୍ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦାଢ଼ାପାଟଣା ବାରଙ୍ଗ ଅଞ୍ଚଳର ପ୍ରମୂଖ ବ୍ୟବସାୟସ୍ଥଳିରୁ ସଂକ୍ରମିତ ବାହାରିବା ପରେ ସ୍ଥାନୀୟ ଜନ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published.