ବାରଙ୍ଗ ବ୍ଳକରୁ ପୁଣି ୮ କରୋନା ସଂକ୍ରମିତ

କଟକ,୨୧।୭ (ଏନ୍ ନ୍ଯୁଜ୍‌) ବାରଙ୍ଗ ବ୍ଳକରୁ ପୁଣି ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ରିପୋଟରେ ପଜେଟିଭ ଆସିଥିବା ସମସ୍ତ ୮ ଜଣଙ୍କ ମଧ୍ୟରେ ବାରଙ୍ଗ ବ୍ଳକ ୩୩ ନମ୍ବର ଜୋନରୁ ୭ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ଅରିଲୋ ଗ୍ରାମର ଗୋଟିଏ ପରିବାରରୁ ୬ ଜଣ , ମହିଧରପଡ଼ା ଚିକିତ୍ସା କେନ୍ଦ୍ରର ର ଜଣେ ଫାର୍ମାସିଷ୍ଟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା କଟକ ଅଞ୍ଚଳର ଜଣେ ଥିବା ବାରଙ୍ଗ ବ୍ଲକ ବିଡିଓ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଶୁଦ୍ଧା ବାରଙ୍ଗ ବ୍ଲକ ଅଞ୍ଚଳରୁ ମୋଟ ୧୬ ଜଣ ସଂକ୍ରମିତ ବାହାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published.