ସାମ୍ବାଦିକ ପ୍ରବୀିର ପ୍ରଧାନ ଙ୍କ ୟୋଗରେ ବାରଙ୍ଗ ପ୍ରେସ୍କ୍ଲବରେ ଶୋକ


ବାରଙ୍ଗ : ସାମ୍ବାଦିକ ପ୍ରବୀର ଙ୍କୁ  କରୋନା ମହାମାରୀରେ ଅକାଳ ବିୟୋଗରେ ବାରଙ୍ଗ ପ୍ରେସ୍ କ୍ଲବ୍ ରେ ଶୋକ ପ୍ରକାଶ ପାଇଛି। ସେ ନ୍ଯୁଜ୍‌ ୧୮ ଓଡ଼ିଆର ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକ ଥିଲେ । ତାଙ୍କ ବିୟୋଗରେ ଭୁବନେଶ୍ୱର ଓ ଓଡ଼ିଶାର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ବିୟୋଗରେ ବାରଙ୍ଗ ପ୍ରେସ କ୍ଲବ୍ ତରଫରୁ ଆନନ୍ଦ ବଜାରସ୍ଥିତ ପ୍ରେସ୍ ପରିସରରେ ଏକ ଶୋକ ସଭା କରାଯାଇ ଅମର ଆତ୍ମାର ସହଗତି କାମନା କରାଯିବା ସହ ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବରକୁ ଧାର୍ଯ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇଛି। ରାଜ୍ୟ ସରକାର ସ୍ଵର୍ଗତ ପ୍ରବୀରଙ୍କ ପରିବାରକୁ ତୁରନ୍ତ ଅନୁକମ୍ପାମୂଳକ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସାମ୍ବାଦିକମାନେ ଦାର୍ବି କରିଛନ୍ତି।
ବାରଙ୍ଗ ପ୍ରେସ୍ କ୍ଳବ୍ ର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସ୍ଵାଇଁ,ଅଜୟ କୁମାର ରାଉତ, ଜନ୍ନାଥ ଭଞ୍ଜ, ସଂଗ୍ରାମ କିଶୋର ଦାସ,ତ୍ରିଲୋଚନ ଦାସ,ଦୁଷ୍ମନ୍ତ ଜେନା, କମଳାକାନ୍ତ ନାୟକ, ମୁନା ଖାନ୍ .ଚିତ୍ରସେନ ବାରିକ, ପ୍ରଶାନ୍ତ କୁମାର ସାହୁ ଓ ରୁଦ୍ର ନାରାୟଣ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.