ଡ୍ରାଇଭର ମହାସଂଘର ବିସ୍କୁଟ ଓ ପାନୀୟ ଜଳ ବଣ୍ଟନ


ବାରଙ୍ଗ: ବାରଙ୍ଗ ତ୍ରିଶୁଳୀଆ ଛକରେ ଓଡ଼ିଶା ଡ୍ରାଇଭର ମହାସଂଘର ମହତ କାର୍ଯ୍ୟ ଦେଖିବାକୁ ମିଳିଛି । କରୋନା କଟକଣା ସଟଡାଉନ ବେଳରେ ରବିବାର ଜରୁରୀ କାର୍ଯ୍ୟରେ ଯାଉଥିବା ପଥଚାରୀ ଓ ଗାଡି ଚାଳକ ମାନଙ୍କୁ କର୍ମକର୍ତ୍ତାମାନେ ବିସ୍କୁଟ , ପାନୀୟ ଜଳ ବୋତଲ ବିଣ୍ଟନ କରିଛନ୍ତି। ଏଥି ସହିତ ମାସ୍କ ପ୍ରଦାନ କରି କରୋନା ମହାମାରୀ ମୁକାବିଲା ଲାଗି ସଚେତନ କରାଇଛନ୍ତି। କାର୍ଯ୍ୟକ୍ରମରେ ମହାସଂଘର ବାଙ୍କୀ ସଭାପତି ସୁନୁ ରାଉତ, ସମ୍ପାଦକ ଦାମୋଦର ନାୟକ ଓ ବାରଙ୍ଗ ଶାଖାର ଭିକୁ ବିଶୋଇ, ଗଣେଶ ସାହୁ, ବିଜୟ ମଣ୍ଡଳ, ଦିପକ ସାହୁ,ଦିପକ ରାଉତ ପ୍ରମୂଖ ସାମିଲ ଥିଲେ ।

Leave a Reply

Your email address will not be published.