ଗ୍ୟାସ ପାଇପ ଫାଟି ୧୨ ମୃତ

ନୂଆଦିଲ୍ଲୀ: ଗ୍ୟାସ ପାଇପ ଫାଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୮ ଜଣ ଗୁରୁତର ଅଛନ୍ତି । ଏଭଳି ଘଟଣା ଘଟିଛି ଚୀନରେ । ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି।

ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ ଖାଦ୍ୟ ମାର୍କେଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଖାଦ୍ୟ ମାର୍କେଟ ଥିବା ବିଲଡିଂଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଲୋକେ ଖାଦ୍ୟ ଜିନିଷ କିଣୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା । ବିଲଡିଂରେ ଲାଗିଥିବା କାଚ ଫାଟିଯିବା ସହ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଦୁର୍ଘଟଣା ପରେ ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନେ ଜରୁରୀକାଳୀନ ଚିକିତ୍ସାରେ ଥିବାରୁ ଶିଆନ୍ ଡାକ୍ତରଖାନା ସ୍ଥାନୀୟ ବାସିନ୍ଦାଙ୍କୁ ରକ୍ତଦାନ କରିବାକୁ କହିବା ଆରମ୍ଭ କରିଛି ।

Leave a Reply

Your email address will not be published.