ସାଇକେଲ ଚଢାଳି ମୁଣ୍ଡରେ ହେଲମେଟ୍

 

ବାଲେଶ୍ବର,୮/୫- ସରକାର ବାଇକ୍ ଚାଳକ ମାନଙ୍କ ପାଇଁ ହେଲମେଟ୍ ବ୍ଯବହାର ବାଧ୍ୟତାମୂଳକ ବୋଲି କଡାକଡି ନିୟମ କରିଛନ୍ତି । ଏଥିପାଇଁ ଦୈନିକ ବିଭିନ୍ନ ସ୍ଥାନରେ ଆରଟିଓ ଏବଂ ପୋଲିସ ପ୍ରଶାସନ ତରଫରୁ ହେଲମେଟ୍ ଚେକିଙ୍ଗ୍ କରାଯାଉଛି । ଯେଉଁଥିପାଇଁ ଅମାନିଆ ବାଇକ୍ ଚାଳକ ମାନେ ଫାଇନ୍ ଦେଉଛନ୍ତି । ହେଲମେଟ୍ ମୁଣ୍ଡରେ ଥିବା ଦ୍ବାରା ଦୁର୍ଘଟଣା ସମୟରେ ଚାଳକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଥାଏ । ସୁତରାଂ ହେଲମେଟ୍ ଜୀବନ ରକ୍ଷାକରିବାରେ ସହାୟକ ଅଟେ । ବଡ଼ ଆଶ୍ଚର୍ଯ୍ୟର କଥା କୁପାରୀ-ଆଗରପଡା ରାସ୍ତାରେ ଆଜି ଜଣେ ସାଇକେଲ ଚଢାଳି ମୁହଁରେ ମାକ୍ସ ଓ ମୁଣ୍ଡରେ ହେଲମେଟ୍ ଦେଖିବାକୁ ମିଳିଛି । ରାସ୍ତାରେ ସାଇକେଲ ଚଳାଇଲେ ବି ବିପଦ ଅଛି, ତେଣୁ କେତେବେଳେ ହୁଏତ ବିପଦ ଘଟିପାରେ ! ସେଥିପାଇଁ ସାଇକେଲ ଚଢାଳି ମୁଣ୍ଡରେ ହେଲମେଟ୍ ପିନ୍ଧିଥିବାର ଅନୁମାନ କରାଯାଇଛି । ଦୁର୍ଘଟଣା ସମସ୍ତଙ୍କ ପାଇଁ ଅଛି, ସେ ସାଇକେଲ ଚଢାଳି ହେଉ କିମ୍ବା ବାଇକ୍ ଚାଳକ ହେଉ । ଏଠାରେ ପ୍ରଶ୍ନ ଉଠେ ଜଣେ ସାଇକେଲ ଚଢାଳି ଦୁର୍ଘଟଣାରୁ ନିଜ ଜୀବନକୁ ବଞ୍ଚାଇବା ପାଇଁ ଯଦି ହେଲମେଟ୍ ବ୍ଯବହାର କରିପାରୁଛି , ତା’ ହେଲେ ଜଣେ ବାଇକ୍ ଚାଳକ ବିନା ହେଲମେଟ୍ ରେ କିପରି ରାସ୍ତାରେ ଚଳାଉଛି ବାଇକ୍ ? ବାଇକ୍ ଚାଳକ ଓ ସାଇକେଲ ଚଢାଳି ଜୀବନ ମଧ୍ଯରେ କିଛି ଫରକ୍ ଅଛି କି ? ସାଇକେଲ ଚଢାଳିର ଜୀବନ ପ୍ରତି ଯେତିକି ଲୋଭ ଅଛି ବାଇକ୍ ଚାଳକର ବି ଜୀବନ ପ୍ରତି ସେତିକି ଲୋଭ ଅଛି । ତଥାପି କେତେକ ବାଇକ୍ ଚାଳକ ବିନା ହେଲମେଟ୍ ରେ ବାଇକ୍ ଚଳାଇବାକୁ ପଛାଉ ନାହାନ୍ତି । ଏଥିପାଇଁ ଅମାନିଆ ବିନା ହେଲମେଟଧାରୀ ବାଇକ୍ ଚାଳକଙ୍କ ଠାରୁ ଫାଇନ୍ ଆଦାୟ କ’ଣ ଭୁଲ୍ ? ତେଣୁ ଆସନ୍ତୁ ଦୁର୍ଘଟଣାରୁ ନିଜ ଜୀବନ ବଞ୍ଚାଇବା ପାଇଁ ସାଇକେଲ ଚଢାଳି ଭଳି ସମସ୍ତେ ହେଲମେଟ୍ ପିନ୍ଧି ବାଇକ୍ ଚଳାଇବା ଏବଂ ନିଜ ଜୀବନକୁ ସୁରକ୍ଷିତ ରଖିବା । ଆଜିର ଏହି ସାଇକେଲ ଚାଳକ ମୁଣ୍ଡରେ ହେଲମେଟ୍ ଦେଖି ସ୍ଥାନୀୟ ଲୋକଙ୍କ ମନରେ ବେଶ୍ କୌତୁହଳ ଜାତ ହୋଇଥିବାର ଦେଖାଯାଇଥିଲା । ସରକାରଙ୍କୁ ନିବେଦନ ଆଗାମୀ ଦିନରେ ସାଇକେଲ ଚଢାଳିଙ୍କ ପ୍ରତି ହେଲମେଟ୍ ନିୟମ ଆଣନ୍ତୁ , ଯେହେତୁ ସାଇକେଲ ରାସ୍ତାରେ ଚାଲୁଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.