ସ୍ବଳ୍ପ ବର୍ଷା ଯୋଗୁଁ ଗୁଳୁଗୁଳିର ପ୍ରଭାବ ବଢିବ

ଭୂବନେଶ୍ବର: ରାଜ୍ୟରେ ଏବେଠୁ ବର୍ଷାର ମାତ୍ରା କମ ରହିବ । ଯେହେତୁ ଲଘୁଚାପ ଓଡ଼ିଶା ଅତିକ୍ରମ କରି ଝାଡ଼ଖଣ୍ଡ ମୁହାଁ ହୋଇଛି ତେଣୁ ବର୍ଷାର ସମ୍ଭାବନା ସେତେ ନାହିଁ । ଗୁଳୁଗୁଳିର ମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ମୌସୁମୀ ସକ୍ରିୟ ରହିଥିବାରୁ ସ୍ବଳ୍ପ ମାତ୍ରାରେ ବର୍ଷା ହୋଇପାରେ ତେବେ ପାଗ କୋହଲା ରହିବ ।

ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏହା ବାଦ୍‌ ବି ଅନେକ ଜାଗାରେ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ଼ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ, ଦେବଗଡ଼ରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ ।

ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଆର୍ଦ୍ରତା ପରିମାଣ ଅଧିକ ରହିବ । ମୌସୁମୀ ଆଗମନ ପରେ ରାଜ୍ୟବ୍ୟାପୀ ତାତି କମିଛି । କିନ୍ତୁ କଟକ-ଭୁବନେଶ୍ବରରେ ପାଗ କୋହଲା ରହିଲ ସୁଦ୍ଧା ଗୁଳୁଗୁଳିର ମାତ୍ରା ବଢିବ ।

Leave a Reply

Your email address will not be published.