ଗାଁକୁ ପକ୍କା ରାସ୍ତାପାଇଁ ଦାବି


ବାଙ୍କି: ଗାଁକୁ ନାହିଁ ପକ୍କା ରାସ୍ତା । ପାହାଡ଼ ପର୍ବତର ଧୋଡା ରାସ୍ତାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ସହର ଠାରୁ ୭ କିଲୋମିଟର ଦୂରର ଥିବା ଢଁସର ଗ୍ରାମପଂଚାୟତର ଯାମୁଢିହ ତାରପୁର ଶବର ସାହିରେ । ଏଠାକାର ଅଧିବାସୀ ପାହାଡ଼ ପର୍ବତତଳେ ବସବାସ କରିଆସୁଥିବା ବେଳେ ଏବେବି ଗାଁ କୁ ନାହିଁ ପକ୍କା ରାସ୍ତା । ମାଟି ପଙ୍କ କାଦୁଅ ଭରା ରାସ୍ତାରେ ଗମନାଗମନ‌ କରନ୍ତି ତାରପୁର ଶବର ସାହି ଓ ତଇଲା ଶବର ସାହିର ଅଧିବାସୀମାନେ ।

ପକ୍କା ରାସ୍ତା ନଥିବା କାରଣରୁ ଗାଁକୁ ଆସିପାରେ ନାହିଁ ଆମ୍ବୁଲାନ୍ସ, ଅଧିବାସୀମାନେ ମେଡିକାଲ ଯିବାକୁ ହେଲେ ବହୁ ହଇରାଣ ହେବାକୁ ପଡନ୍ତି । ଦୀର୍ଘ ଦିନ ପରେ ଏବେ ଗ୍ରାମବାସିଙ୍କ ଗମନାଗମନକୁ ୨ ଲକ୍ଷ ୮୦ହଜାର ଟଙ୍କା ବୟ ଅଟକଳର ରାସ୍ତା ନିର୍ମାଣ ହୋଇଥିବାବେଳେ ଗ୍ରାମବାସୀଙ୍କ କାମରେ ଆସୁନି ଏହି ରାସ୍ତା । ଯେହେତୁ ଏବେବି ଲୋକେ ପଙ୍କ କାଦୁଅ ରାସ୍ତା ଦେଇ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି । ରାସ୍ତା ଗ୍ରାମ ଠାରୁ ନହୋଇ ଅଧା ବଟରୁ ହେବା ସହ ନିମ୍ନମାନର କାମ ହୋଇଥିବାର ଶୁଣିବାକୁ ମିଳିଛି । ତେବେ ନୂତନ ନିର୍ମାଣଧୀନ ରାସ୍ତା କାମର ଉଚ୍ଚ ସ୍ତରୀୟ ତଦନ୍ତ ହେବାସହ ଉଭୟ ତାରାପୁର ଓ ତଇଲା ଶବର ସାହି ଠାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.