୬ଟି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା

ଭୂବନେଶ୍ବର: କରୋନା‌ ଯୋଦ୍ଧା ତାଲିକାରେ ଆଜି ଆଉ ୬ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ଚିଠିରେ ଲିଖିତ ତଥ୍ୟ ଅନୁସାରେ, ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ବନ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସବୁ ବ୍ୟାଙ୍କ କର୍ମଚାରୀ, ବୀମା, ଦେୟ ପ୍ରଦାନକାରୀ ସଂସ୍ଥା, ଟଙ୍କା ବଣ୍ଟନ ସଂସ୍ଥା, ବ୍ୟାଙ୍କ ଏଟିଏମ ପରିଚାଳନା କରୁଥିବା ବ୍ୟକ୍ତି ଓ ଗ୍ରାହକଙ୍କ ସହ ସମ୍ପର୍କ ରଖୁଥିବା ବ୍ୟାଙ୍କ ପ୍ରତିନିଧିମାନେ ଏଣିକି କରୋନା ଯୋଦ୍ଧା ମାନ୍ୟତା ଦିଆଯିବ ।ସମ୍ପୃକ୍ତ ବର୍ଗଙ୍କୁ ତୁରନ୍ତ ଟିକାକରଣ କରାଇବାକୁ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ଆୟୁକ୍ତ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଏହାସହିତ ରେଳବାଇ କର୍ମଚାରୀ, ଜିଲା ଶିଶୁ ସୁରକ୍ଷା କେନ୍ଦ୍ରରେ କାର୍ଯ୍ୟରତ ୧୦୯୮ଜଣ କର୍ମଚାରୀ, ବିଭିନ୍ନ ସହାୟତା କେନ୍ଦ୍ରରେ ଥିବା ୧୮୧ କର୍ମଚାରୀ, ଡାକ୍ତରଖାନାରେ ‘ୱାନଷ୍ଟପ’କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ଅମ୍ଳଜାନ ପ୍ଲାଣ୍ଟ କର୍ମଚାରୀ, ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଓ ପ୍ରାଣୀଧନ ନିରୀକ୍ଷକ, ଚିକିତ୍ସକମାନେ ମଧ୍ୟ କରୋନା ଯୋଦ୍ଧା ତାଲିକାରେ ସାମିଲ ହୋଇଛନ୍ତି।

ଏହିସବୁ ବର୍ଗଙ୍କ ତ୍ୱରିତ ଟିକାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଟିକାକରଣ ବେଳେ ଦ୍ୱିତୀୟ ଡୋଜ ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି।

Leave a Reply

Your email address will not be published.