ରାଜ୍ୟରେ ଆହୁରି ବଢ଼ିବ ଶୀତର ପ୍ରକୋପ, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ରାଜ୍ୟରେ ଆହୁରି ବଢ଼ିବ ଶୀତର ପ୍ରକୋପ । ଆଉ ଦୁଇ ଦିନ ପରେ ଏହା ଅଧିକ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୧ ତାରିଖ ବେଳକୁ ପ୍ରଚଣ୍ଡ ଜାଡ଼ରେ ଥରିବ ପୂରା ଓଡ଼ିଶା । ଗତ ରାତିରେ ବାଲେଶ୍ୱର ୧୩.୯, କଟକ ୧୪, କେନ୍ଦୁଝର ୧୦.୪, ଝାରସୁଗୁଡ଼ା ୧୦.୬, ଟିଟିଲାଗଡ଼ ୧୦.୮, କୋରାପୁଟ ୧୦.୬, ଅନୁଗୁଳ ୧୨.୬, ସୋନପୁର ୧୨.୮, ହୀରାକୁଦ ୧୨.୮ ଭବାନୀପାଟଣା ୧୧, ସୁନ୍ଦରଗଡ଼ ୧୧.୫, ତାଳଚେର ୧୨,  ବଲାଙ୍ଗିର ୧୨.୮, ହୀରାକୁଦ ୧୨.୮, ବାରିପଦା ୧୩, ଚାନ୍ଦବାଲି ୧୩ ଓ ସମ୍ବଲପୁର ୧୩.୫ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ପ୍ରକୋପ ସର୍ବାଧିକ ଥିଲା । ରାଜ୍ୟର ୧୫ଟି ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଥିଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା ।

Leave a Reply

Your email address will not be published.