ଦେଶରେ ପୁଣି ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮୭କୁ ବୃଦ୍ଧି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଦେଶରେ ପୁଣି ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସର୍ବମୋଟ ଓମିକ୍ରନ ସଂଖ୍ୟା ୮୭କୁ ବୃଦ୍ଧି ହୋଇଛି । ଗୁରୁବାର ତେଲେଙ୍ଗାନାରେ ପୁଣି ୪ ଜଣ ଓ କର୍ଣ୍ଣାଟକରେ ୫ ଜଣ ସଂକ୍ରମିତ ହୋଇଛନ୍ତି । ଏଥି ସହିତ ତେଲେଙ୍ଗାନାରେ ମୋଟ ସଂଖ୍ୟା ୬ ଏବଂ କର୍ଣ୍ଣାଟକରେ ୮କୁ ବୃଦ୍ଧି ପାଇଛି। ଦେଶରେ ଓମିକ୍ରନ୍‌ରେ ସର୍ବାଧିକ ସଂକ୍ରମିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର । ଏପର୍ଯ୍ୟନ୍ତ ଭାରତରେ ଓମିକ୍ରନ୍‌ର ମୋଟ ୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୨, ରାଜସ୍ଥାନରେ ୧୭, ଦିଲ୍ଲୀରେ ୧୦, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୬, କେରଳ, ଗୁଜରାଟରେ ୫-୫, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।

କର୍ଣ୍ଣାଟକରେ ଗୁରୁବାର ଚିହ୍ନଟ ଓମିକ୍ରନ ରୋଗୀଙ୍କ ମଧ୍ୟରୁ ୩ ଜଣ ବିଦେଶ ଫେରନ୍ତା। ଅନ୍ୟ ୨ ଜଣ ଦିଲ୍ଲୀରୁ ବାଙ୍ଗାଲୁରୁ ଆସିଥିଲେ। ବିଦେଶ ଫେରନ୍ତା ଯୁବକ ୟୁକେ, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।

Leave a Reply

Your email address will not be published.