ବାତ୍ୟା ‘ଜୱାଦ’କୁ ନେଇ ଭୟଭୀତ ଚାଷୀ

ବାଙ୍କୀ, (ନାଗରାଜ ନ୍ୟୁଜ): ବାତ୍ୟା ‘ଜୱାଦ’କୁ ନେଇ ଭୟଭୀତ ବାଙ୍କୀ ଅଞ୍ଚଳର ଶତାଧିକ ପନି ପରିବା ଚାଷୀ । ଜମିରେ ଡେରିଥିବା ଶୀତକାଳୀନ ପନିପରିବା ପାକଳ ହେବା ବେଳକୁ ବାତ୍ୟା ଆସିବା ନେଇ ଆତଙ୍କିତ ଚାଷୀ । ଧାର କରଜ ସୁଝିବା ସହ ପରିବାର ଭରଣ ପୋଷଣ କରିବା ପାଇଁ ଯେଉଁ ଫସଲ କରିଥିଲେ । ତାହା ଏବେ ବାତ୍ୟା ଯୋଗୁ ନଷ୍ଟ ହୋଇଯିବ । ଅନ୍ୟପଟେ କୋହଲା ପାଗ ଯୋଗୁଁ ପନିପରିବା ଫସଲରେ ପୋକ ଲାଗି ନଷ୍ଟ ହେଉଥିବାର ମଧ୍ୟ ଅଭିଯୋଗ ହେଉଛି । ବାତ୍ୟା ଆସିବା ନେଇ ବାଙ୍କୀ ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ରଯୋଗେ ଚାଷୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଉଥିବାବେଳେ ଚାଷୀ ବାଧ୍ୟ ହୋଇ କଷି ପନିପରିବା ତୋଳି କମ ମୂଲ୍ୟରେ ବିକ୍ରି କରି ଦେଉଥିବା କଥା କହିଛନ୍ତି ।

Leave a Reply

Your email address will not be published.