ଅଗ୍ନିକାଣ୍ଡରେ ଏକ ବଖରା ନଷ୍ଟ

ବାଲେଶ୍ବର,୧୮-୧୧–ବାଲେଶ୍ବର ଜିଲ୍ଲା ଖଇରା ତହସିଲ କଇଥଗଡିଆ ଗ୍ରାମର ବିନୋଦ ନାଇକର ଏକ ବଖରା ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ରୋଷେଇ କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାଯାଇଛି । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ଆର ଆଇ ତଦନ୍ତ ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଜଣାପଡିବ । ଗରିବ ପରିବାର ପ୍ରତି ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published.