ଏସସିବି ସଂଯୋଗୀକରଣ ପାଇଁ ବଦଳୁଛି କଟକ ସହରର ରୂପରେଖ
( ରିପୋଟ- ଭରତ ମହାରଣା )

କଟକ: ଏସସିବି ମେଡିକାଲ ସଂଯୋଗୀକରଣ ପାଇଁ ବଦଳୁଛି କଟକ ସହରର ରୂପରେଖ । ପ୍ରଥମେ ତାଳଦଣ୍ଡା କେନାଲ ରୋଡକୁ ପ୍ରଶସ୍ଥ କରିବା ପରେ ଏବେ ଛତ୍ରବଜାର ଓ ମାତୃଭବନ ରୋଡକୁ ନୂଆ ରୂପ ରେଖ ଦେବାରେ ବ୍ୟସ୍ତ ଜିଲ୍ଲାପ୍ରଶାସନ ଓ ସିଏମସି କର୍ତୁପକ୍ଷ । ଏନେଇ ଆଜି ଠାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା ।ଉକ୍ତ କାର୍ଯ୍ୟଲାଗି ୧୫ ଦିନ ପୂର୍ବରୁ ସର୍ଭେ କରାଯାଇ ସରକାରୀ ଜମି ଉପରେ ୨୦ ଟି ବାସଗୃହ ଏବଂ ୧୭୦ଟି ଦୋକାନ ଗୃହ ରହିଥିଲା।
ଗତ ମଙ୍ଗଳବାର ସମସ୍ତ ଜନସାଧାରଣଙ୍କୁ ମାଇକ ଯୋଗେ ପ୍ରଚାର କରାଯାଇ ନିଜ ନିଜର ଜିନିଷ ପତ୍ର କାଢ଼ିନେବାକୁ ସୂଚନା ଦିଆ ଯାଇଥିଲା । ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ଘରକୁ ଥଇଥାନ ପାଇଁ ସ୍ଥାନ ନିରୂପଣ ହୋଇଛି । ଆଉ ଖୁବଶୀଘ୍ର ଉଚ୍ଛେଦ ସରିବ ଆଉ ରାସ୍ତା କାମ ଆରମ୍ଭ ହେବା ନେଇ ଚାଲିଛି ଯୋଜନା । ଏହି ଉଛେଦ କାର୍ଯ୍ୟରେ ୨ପ୍ଲାଟୁନ ପୋଲିସ ଫୋର୍ସ ,ସିଏମସି ର ଏନ୍ଫୋର୍ସମେଣ୍ଟ ଅଧିକାରୀ,କଟକ ସଦର ଉପଜିଲ୍ଲାପାଳ, ତହସିଲଦାର କଟକ ସଦର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରୁଛନ୍ତି।

Leave a Reply

Your email address will not be published.