ହିରାକୁଦରେ ଗତକାଲି ବନ୍ଦ ହୋଇଥିଲା ୪ଟି ଗେଟ୍, ଆଜି ଖୋଲିଲା ଆଉ ୩ଟି ଗେଟ୍

ସମ୍ଭଲପୁର, (ନାଗରାଜ ନ୍ୟୁଜ): ଗତକାଲି ହୀରାକୁଦ ଡ଼୍ୟାମ୍‌ରେ ୪ଟି ଗେଟ୍ ବନ୍ଦ କରି ଦିଆଯାଇଥିଲା । ଆଜି ଆଉ ୩ଟି ଗେଟ୍ ଖୋଲିଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ୟ୍ୟ ଜାରୀ ରହିଛି । ରାଜ୍ୟରେ ଦୁଇଦିନ ବର୍ଷା ଫଳରେ ପୁଣି ୩ଟି ଗେଟ୍ ଖୋଲଯାଇ ବନ୍ୟା ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି ।

ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୩ ଫୁଟ୍ । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ୍ ପାଣି । ଆଗକୁ ପୁଣି ଅଧିକ ଗେଟ୍ ବନ୍ଦ ହେବ । ହୀରାକୁଦରୁ ଜଳ ନିଷ୍କାସନ କମୁଥିବାରୁ ମହାନଦୀ ଅବବାହିକାରେ ବି ଜଳସ୍ତର ଧୀରେ ଧୀରେ କମିବ । ଏଥିସହ ମହାନଦୀରେ ବନ୍ୟା ଆଶଙ୍କା ବି ଟଳି ଯାଇଛି । ତେବେ କିଛି ତଳିଆ ଅଞ୍ଚଳରେ ମହାନଦୀ ଓ ଶାଖାନଦୀର ପାଣି ପ୍ରବେଶ କରିଛି ।

Leave a Reply

Your email address will not be published.