ଜ୍ୟୋତି ପ୍ରକାଶ ଡ୍ରେନ୍‌ରେ ଭାସିଯିବା ଘଟଣା: ପାଣିପାଗ ନିୟମକୁ ମାନିବାକୁ ପରାମର୍ଶ ଦେଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ବିଏମସି ମେୟର ତଥା ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଜ୍ୟୋତି ପ୍ରକାଶ ଡ୍ରେନ୍‌ରେ ଭାସିଯିବା ଘଟଣାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତିଯେ, ସରକାର ଏବଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଉଥିବା ସଚେତନ ବାର୍ତ୍ତା ଗୁଡିକୁ ମାନି ଲୋକେ ଘରେ ରହିବା ଉଚିତ। ନଚେତ ଦୈବ ଦୁର୍ବପାକ କଥା କେତେବେଳେ କଣ ଘଟିବ କିଛି କହିହେବ ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ସେ ଏହା ମଧ୍ୟ କହିଛନ୍ତିଯେ, ଦେଖିବାକୁ ପଡିବ ଏହା କେଉଁ ବିଭାଗର ଡ୍ରେନ୍ ଏବଂ କଣ ପାଇଁ ଏହାର କାମ ହୋଇ ପାରିଲା ନାହିଁ । ତେବେ ଅନୁଧ୍ୟାନ କଲା ପରେ କଣ ଅସୁବିଧା ହୋଇଛି ତାହା ଉପରେ କୁହାଯାଇ ପାରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବର୍ଷା ଜଳରେ ଜଣେ ୧୫ ବର୍ଷର ଛାତ୍ର ଭାସିଯିବା ଘଟଣାକୁ ସରକାରଙ୍କ ଅପାରଗତାକୁ ଦର୍ଶାଉଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ଘଟଣା ସ୍ଥଳରେ ଉତ୍ୟକ୍ତ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ସୂଚନା ଯୋଗ୍ୟ, ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଉଥିବା ବେଳେ ସାଇକେଲ ନେଇ ଆସିବାବେଳେ ୧୫ ବର୍ଷୀୟ ଛାତ୍ର ପାଣି ସୁଅରେ ଭାସିଯାଇଥିଲେ । ଗତକାଲିଠାରୁ ଚାଲିଥିବା ୧୯ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ମୃତ ଦେହକୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣା ଘଟିବାର କିଛି ସମୟରେ ପରେ କଂଗ୍ରେସ ପକ୍ଷରୁ ମଧ୍ୟ ରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯାଇଥିଲା ।

Leave a Reply

Your email address will not be published.