ହୀରାକୁଦରେ ବନ୍ଦ ହେଲା ପୁଣି ୬ ଗେଟ୍

ସମ୍ବଲପୁର, (ନାଗରାଜ ନ୍ୟୁଜ): ହୀରାକୁଦରେ ବନ୍ଦ ହେଲା ପୁଣି ୬ଟା ଗେଟ୍ । ବର୍ତ୍ତମାନ ୧୮ ଗେଟ୍ ଖୋଲା ହୋଇ ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି । ଯେହେତୁ ଜଳ ସ୍ତର କମୁଛି । ଉପରମୁଣ୍ଡରେ ବର୍ଷା କମିବା ପରେ ଜଳଭଣ୍ଡାରକୁ ଇନ-ଫ୍ଲୋ କମିଛି । ସକାଳ ୬ଟା ସୁଦ୍ଧା ଡ୍ୟାମରେ ଜଳପତ୍ତର ୬୨୮.୨୯ ଫୁଟ ରହିଛି ।

ଗତକାଲି ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । ହୀରାକୁଦର ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚି ସାରିଛି । ତଥାପି ଜଳସ୍ତର ସ୍ଥିର ରହିଛି । ସକାଳ ୬ ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ ୭୧ହଜାର ୨୬୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୪ଲକ୍ଷ ୯ହଜାର ୩୮୩ କ୍ୟୁସେକ୍ ଜଳ । ଆଗକୁ ଆହୁରି ଗେଟ୍ ବନ୍ଦ ହୋଇପାରେ । ସେପଟେ ହୀରାକୁଦକୁ ପାଣି ପ୍ରବେଶ କମିଥିବା ବେଳେ ମହାନଦୀରୁ ବିପଦ ଆଶଙ୍କାବି ଟଳିଛି ।

Leave a Reply

Your email address will not be published.