ଏକତ୍ରିତ ହୋଇ ହାତୀପଲ ଘଉଡାଇଲେ ଚାଷୀ

ସୁନ୍ଦରଗଡ଼/ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସମ୍ବଲପୁର ଜିଲ୍ଲାର ଗଡପୋଷ ଏବଂ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବନାଞ୍ଚରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି ବିଗତ କିଛି ବର୍ଷ ହେବ ଠିକ୍ ସେପ୍ଟେମ୍ବର ଅକ୍ଟୋବର ମାସରେ ଏହି ଅଞ୍ଚଳକୁ ହାତୀ ପଲ ଆସି ଚାଷୀଙ୍କ କଷ୍ଟୋପାର୍ଜିତ ଚାଷକୁ ଖାଇ, ଦଳିଚକଟି ଛାରଖାର କରିଦିଅନ୍ତି । ଏହି ସମୟ ଆସିଲେ ହାତୀର ଭୟରେ ଚାଷୀ ମୁଣ୍ଡରେ ହାତ ଦେଇ ବସନ୍ତି । ଗତ ଦୁଇ ଦିନ ପୂର୍ବେ ୩୦ଟିକିଆ ହାତୀପଲ ଫଟାଟାଙ୍ଗର-ଜୁରାଜାମ ଜଙ୍ଗଲରୁ ଆସି ଚାଷୀଙ୍କ ଗୋଡାଧାନ ସବୁ ଖାଇ ଦଳିଚକଟି ଛାରଖାର କରିଦେଇଥିଲେ । ଦିନକୁଦିନ‌ ହାତୀ ଉତ୍ପାତ ବଢ଼ିବାରୁ ବାଧ୍ୟ ହୋଇ ଆଜି ଗଡପୋଷ ଅଞ୍ଚଳ ଫଟାଟାଙ୍ଗର, ସଗରା, ଜୁରାଜାମ୍, କର୍ଲାଖମନ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସିଆଲଜୋର,ବାଇଲମା, ତୁନମୁରା ପ୍ରଭୃତି ଗ୍ରାମର ଚାଷୀମାନେ ଏକତ୍ରିତ ହୋଇ ହାତୀପଲକୁ ଘଉଡ଼ାଇ ସୁନ୍ଦରଗଡ଼ ଜିଲ୍ଲାର ପଞ୍ଚରାଜଙ୍ଗଲରେ ଛାଡ଼ିଥିଲେ । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଏବଂ ସମ୍ବଲପୁର ଜିଲ୍ଲାର ଗଡପୋଷ ବନାଞ୍ଚଳର ବନକର୍ମଚାରୀମାନେ ହାତୀ ଘଉଡାଇବାରେ ସହଯୋଗ କରିଥିଲେ।

Leave a Reply

Your email address will not be published.