ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୁରୀ ଗଜପତି ମହାରାଜ କଲେ ଐତିହ୍ୟ କରିଡର୍ ର ଶିଳାନ୍ୟାସ

ପୁରୀ, (ନାଗରାଜ ନ୍ୟୁଜ): ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ର ଶିଳାନ୍ୟାସ କରିଛନ୍ତି ପୁରି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଜପତି ମହାରାଜ ଶିଳାନ୍ୟାସ କରିଛନ୍ତି । ବାଚସ୍ପତି ଓ ଆଇନ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଦିନ ୧୦ଟା ୩୦ରେ ଶିଳାସ୍ଥାପନ ହୋଇଥିଲା । ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱରେ ଥିବା ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଏହି ବାର୍ତ୍ତା ଦେଇ କହିଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର୍ । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ % ଶେଷ ହୋଇଛି । ୧୧୫ ପରିବାରରୁ କିଣାଯାଇଥିବା ହେରିଟେଜ୍ କରିଡର ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫.୬୫ ଏକର ଜମି ଅଧିଗ୍ରହଣ କରାଯାଇଛି । ପ୍ରଭୁ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଅନେକ ଜମି ମାଲିକ ସେମାନଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ଆଗେଇ ଆସିଛନ୍ତି । ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ ।

ସୂଚନା ମୁତାବକ, ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାଦଶ ଶତାବ୍ଦୀର ଶ୍ରୀକ୍ଷେତ୍ର ପରିସରରେ ବ୍ୟାପକ ଉଚ୍ଛେଦ ପ୍ରକ୍ରୀୟା ପରେ ବିକାଶମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ସଂକଳ୍ପ ପାରିତ ହୋଇଥିଲା। ନଅଟି ଜୋନ୍‌ରେ ବିଭକ୍ତ ଏବଂ ତିନିଟି ପର୍ୟ୍ୟାୟରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ବିଲ୍ଡିଂର ପୁନ ର ନିର୍ମାଣ, ଶ୍ରୀମନ୍ଦିର ରିସେପ୍ସନ୍ ସେଣ୍ଟର, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର, ବଡଦାଣ୍ଡ ଐତିହ୍ୟ ରାସ୍ତା ଅନ୍ତର୍ଭୁକ୍ତ । ମନ୍ଦିର ସୁବିଧାଗୁଡ଼ିକର ଉନ୍ନତି, ଶ୍ରୀ ସେତୁ, ଜଗନ୍ନାଥ ବଲାଭ ତୀର୍ଥଯାତ୍ରୀ କେନ୍ଦ୍ର, ବହୁ ସ୍ତରୀୟ କାର ପାର୍କିଂ, ପୌରପାଳିକାର ବଜାର ବିକାଶ, ସ୍ୱର୍ଗଦ୍ୱାର ବିକାଶ, ପ୍ରମୋଦ ଉଦ୍ୟାନ, ଗୁରୁକୁଳମ, ମହୋଦାଦୀ ବଜାର, ସମୁଦ୍ରକୂଳ ବିକାଶ, ପୁରୀ ହ୍ରଦ, ମୁସା ନଦୀ ପୁନରୁଦ୍ଧାର ଯୋଜନା, ଅଠରନଳା ଏବଂ ସେବାୟତଙ୍କ ପାଇଁ ଗୃହ ସାମିଲ ।

Leave a Reply

Your email address will not be published.