ମିସ ଇଣ୍ଡିଆ ୨୦୨୧ର ୱିନର ହେଲେ ଓଡ଼ିଆ ଝିଅ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜଧାନୀ ଉପକଣ୍ଠ ଶୈଳଶ୍ରି ବିହାରରେ ରହୁଥିବା ଶୁଭଶ୍ରୀ ବେହେରା ଡେରାଡୁନ ଠାରେ ଅନୁଷ୍ଠିତ ମଡେଲିଂରେ ଜେରନ୍ ମିସ୍ ଇଣ୍ଡିଆ ୨୦୨୧ରେ ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶୁଭଶ୍ରୀ ୱିନର ହୋଇ ଓଡ଼ିଶା ପାଇଁ ଗୈାରବ ଆଣିଛନ୍ତି । ୧୯ ବର୍ଷ ବୟସରୁ ତାଙ୍କର ପ୍ରତିଭା ଦେଖାଇଛନ୍ତି । ଶୈଳଶ୍ରି ବିହାର ଅଞ୍ଚଳରେ ରହୁଥିବା ଭଗବାନ ବେହେରା ଓ ସ୍ଵର୍ଣ୍ଣମଣି ମଲ୍ଲିକଙ୍କ ଝିଅ ଶୁଭଶ୍ରୀ ବେହେରା ଖୁବ କମ ବର୍ଷରୁ ମଡେଲିଂରେ ରୁଚି ରଖି ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଗକୁ ମଧ୍ୟ ମିସ ୱାଲଡ୍ ହେବା ପାଇଁ ଆଶା ରଖିଛନ୍ତି ଶୁଭଶ୍ରୀ । ଅନ୍ୟପଟେ ଶୁଭଶ୍ରୀ ୱିନର ହୋଇଥିବାରୁ ତାଙ୍କ କୋଚ ବହୁତ ଖୁସି ଅନୁଭବ କରିଛନ୍ତି । ଶୁଭଶ୍ରୀଙ୍କ ମା ଝିଅ ପାଇଁ ଖୁସି ହେବା ସହ ଓଡ଼ିଶା ମାଟିର ସୁନାମ ଅର୍ଜନ ପାଇଁ କଳା କ୍ଷେତ୍ରରେ ରୁଚି ରଖୁଥିବା ପିଲାମାନଙ୍କୁ ଅଭିଭାବକ ମାନେ ପ୍ରୋତ୍ସାହିତ କରିବା ଦରକାର ବୋଲି ସେ କହିଛନ୍ତି । ଆଜି ଶୁଭଶ୍ରୀ ଭୁବନେଶ୍ଵରରେ ପହଞ୍ଚିବା ପରେ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.