ଘଣ୍ଟା ପ୍ରତି ୧୪ କିମି ବେଗରେ ଆଗକୁ ବଢୁଛି ‘ଗୁଲ୍‌-ଆବ୍‌’

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଆଗକୁ ବଢୁଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି । ଆଜି ସଂନ୍ଧ୍ୟାରେ ଏହା ବାତ୍ୟାର ରୁପ ନେଇପାରେ । ଏହି ବାତ୍ୟାର ନାମକରଣ ‘ଗୁଲ୍‌-ଆବ୍‌’ ରଖାଯାଇଛି । ଗୋପାଳପୁର- ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିପାରେ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ,ମାଲକାନଗିରି ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ସେହପରି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।

ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଆଗକୁ ବଢୁଛି । ତେବେ ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୪ କିମି ବେଗରେ ଉପକୂଳକୁ ମୁହାଁଉଛି ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ ବୋଲି କୁହାଯାଉଛି । ଆଉ ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published.