ହାର୍ଡକୋର ମାଓବାଦୀ ସାକେତ ନରେଟି ନିହତ

ଛତିଶଗଡ଼, (ନାଗରାଜ ନ୍ୟୁଜ): ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ସାକେତ ନରେଟି ନିହତ ହୋଇଛି । ଆଜି ଛତିଶଗଡ଼ ନାରାୟଣପୁର ଜିଲ୍ଲା ଛୋଟେଡଙ୍ଗର ଜଙ୍ଗଲରେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ଅପରେସନ ଜାରି ରହିଥିବା ବେଳେ ସାକେତ ନରେଟି ପୁଲିସ ଉପରକୁ ଗୁଳି ଚାଳନା କରିଥିଲା । ପୁଲିସ ଦ୍ୱାରା ଏନକାଉଣ୍ଟରରେ ନିହତ ହୋଇଛି ଏହି ହାର୍ଡକୋର ମାଓବାଦୀ ।

ଓଡ଼ିଶା ଓ ଛିତଶଗଡ଼ରେ ବିଭିନ୍ନ ଥାନାରେ ସାକେତ ନାମରେ ହିଂସାକାଣ୍ଡ, ଲୁଟ ଭଳି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ପୁଲିସକୁ ଚକମା ଦେଖାଇ ଖସିଯିବାରେ ସଫଳ ହେଉଥିଲା । ଏହି କୁଖ୍ୟାତ ମାଓବାଦୀର ଆଜି ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ତେବେ ଏନକାଉଣ୍ଟର ପରେ ନିହତ ମାଓବାଦୀ ସାକେତ ନରେଟି ସହିତ ବହୁ ପରିମାଣର ଏକେ ୪୭ ଓ ଗୁଳି ଜବତ କରିଛି ପୁଲିସ ।

Leave a Reply

Your email address will not be published.