ରାଉରକେଲାରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ

ରାଉରକେଲା, (ନାଗରାଜ ନ୍ୟୁଜ): ଆଜି ରାଉରକେଲାର ବିଶ୍ରା ଛକ ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଆୟୋଜକ କମିଟିର ସଦସ୍ୟମାନେ ଯୋଗ ଦେଇ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଥିଲେ । ଏହି ଅବସରରେ ଅତିଥିମାନେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଜୀବନକାଳ ଉପରେ ଆଲୋକପାତ କରିଥିଲେ । କମିଟିର ସଦସ୍ୟମାନେ ଏହି କାର୍ୟ୍ୟକର୍ମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.