ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ସନ୍ଧ୍ୟା ସାଢ଼େ ୫ଟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ । କ୍ୟାବିନେଟ୍ ବୈଠକରେ ଅନୁଦାନପ୍ରାପ୍ତ କଲେଜକୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରାଯିବାର ସମ୍ଭାବନା ରହିଛି ।
ଏହାସହ ଭେଟେରେନାରୀ କ୍ୟାଡର ପୁନର୍ଗଠନକୁ ମଧ୍ୟ ମଞ୍ଜୁରି ମିଳିପାରେ । ସେହିପରି ମହିଳା ସଶକ୍ତିକରଣ, ପୂର୍ତ୍ତ, ଶକ୍ତି, ନଗର ଉନ୍ନୟନ, ପଞ୍ଚାୟତରାଜ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ବାଜିପାରେ ।

Leave a Reply

Your email address will not be published.