ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ । ଜମ୍ମୁ କଶ୍ମୀରର ଅନନ୍ତନାଗସ୍ଥିତ ଅରୱାନୀ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ଶୁକ୍ରବାର ଭୋର ସକାଳୁ ଏହି ଏନ୍‌କାଉଣ୍ଟର ହୋଇଥିବା ଯାହା ସୂଚନା ରହିଛି । ଏହା ପୂର୍ବରୁ ବୁଧବାର ଜମ୍ମୁ କଶ୍ମୀରରେ ଏକ ଘଣ୍ଟା ମଧ୍ୟରେ ୨ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା । ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କୁ ଲକ୍ଷ କରି ଗୁଳି କରିଥିଲେ । ଏହି ଘଟଣାର ୧ ଘଣ୍ଟା ପରେ ଅନନ୍ତନାଗରେ ପୁଲିସ ଅଧିକାରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ରେ ଏଏସ୍‌ଆଇ ମହମ୍ମଦ ଅଶରଫ ସହିଦ ହୋଇଥିଲେ । ଇଦଗାହ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଦ୍ୱାରା ଗୁଳିମାଡ଼ର ଶିକାର ହୋଇଥିବା ରଊଫ ଅହମଦ ଖାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡ‌ାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published.