ବଲାଙ୍ଗିରରେ ମୁଖ୍ୟ ଶାସନ ସଚିବଙ୍କ ବିଭିନ୍ନ ପ୍ରକଳ୍ପ ସମୀକ୍ଷା


ବଲାଙ୍ଗୀର, (ନୀଳାଞ୍ଚି ବିଶି ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ନେତୃତ୍ୱାଧୀନ ଏକ ଟିମ୍‌ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ପ୍ରଥମେ ଦେଓଗାଁ ହାଇସ୍କୁଲ ପରିଦର୍ଶନ କରିବା ସହ ବଲାଙ୍ଗୀର ପତିତପାବନ ଏକାଡେମୀ, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ନିର୍ମାଣାଧୀନ ନୂଆ ମେଡିକାଲ କଲେଜ ହସ୍ପିଟାଲ ବିଲଡିଙ୍ଗ କାମ ପରିଦର୍ଶନ କରିଥିଲେ । ପରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ ଯାଇଛନ୍ତି । ଏହି ଟିମ୍‌ ସଦସ୍ୟ ଏନ୍‌ଏଚ୍‌ଏମ୍‌ ମିଶନ ଡାଇରେକ୍ଟର ଶାଳିନୀ ପଣ୍ଡିତ, ଜିଲାପାଳ ଚଞ୍ଚଳ ରାଣା, ଏସ୍‌ପି ନୀତିନ କୁଶଲକର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.