ଏସସବିର କୋଭିଡ ଓ୍ବାର୍ଡରେ ଅଘଟଣ, ଅବହେଳା ଯୋଗୁଁ ରୋଗୀର ଗଲା ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସସିବିର ସୁପରଟେଣ୍ଡ

କଟକ: ରାଜ୍ୟ ସରକାର ଉତ୍ତମ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ଯ ଅନେକ ସମୟରେ ରୋଗୀ ଅବହେଳା କଥା ପଦାକୁ ଆସୁଛି । କଟକ ବଡ଼ ମେଡିକାଲ କୋଭିଡ ୱାଡ଼ରେ ଏକ ଅଘଟଣ ଘଟି ଯାଇଛି । ପାଇଖାନାରେ ପଡି ଜଣେ ରୋଗୀ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ପରମହଂସ ଗ୍ରାମ ପଞ୍ଚାୟତ ରାଜହଂସ ଗାଁ ର ଦ୍ରୁବଚରଣ ବେହେରା । ଗତକାଲି କୋଭିଡ ୱାଡ଼ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ରୋଗୀ ପ୍ରତି ଅବହେଳା ହେତୁ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏସସିବିର ସୁପରଟେଣ୍ଡ ଘଟଣାର ସତ୍ୟାସତ୍ୟ ନିମନ୍ତେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.