କ୍ୟାବିନେଟ ବୈଠକ ଆରମ୍ଭ, ଖାଇବା ତେଲର ନିୟନ୍ତ୍ରଣ ଉପରେ ନିଆଯାଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଆଜି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଖାଇବା ତେଲର ମୂଲ୍ୟ ନିୟନ୍ତ୍ରଣ ସହ ଜଡିତ ବଡ ନିଷ୍ପତ୍ତି ନିଆଯାଇପାରେ । ଖାଇବା ତେଲ କ୍ଷେତ୍ରରେ ଭାରତର ଆମଦାନୀ ଦୁଇ ତୃତୀୟାଂଶ ଅଟେ । ଭାରତ ବାର୍ଷିକ ପ୍ରାୟ ୯ ନିୟୁତ ଟନ୍ ତେଲ ଆମଦାନୀ କରେ । ପାମୋଲିନ ତେଲ ଉଭୟ ଇଣ୍ଡୋନେସିଆ ଏବଂ ମାଲେସିଆରୁ ଭାରତ ଆମଦାନୀ ହୋଇଥାଏ । ଏବେ ସରକାର ଆତ୍ମ ନିର୍ଭର ଭାରତ ପାଇଁ ଏହି ଯୋଜନା ହାତକୁ ନେଇ ପାରନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, (କ୍ୟାବିନେଟ୍ କମିଟି ଅଫ୍ ଇକୋନୋମିକ୍ ବ୍ୟାପାର) ବୈଠକରେ ସରକାର ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଁ ଜାତୀୟ ଭୋଜନ ତୈଳ ମିଶନ ଘୋଷଣା କରିପାରନ୍ତି । ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ ପାମ ତେଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବା । ଏହି ମିଶନ ଅଧୀନରେ ସରକାର ୧୧ ହଜାର କୋଟି ଆବଣ୍ଟନ ଘୋଷଣା କରିପାରନ୍ତି ପାମ ତେଲ ଉତ୍ପାଦନରେ ଇଣ୍ଡୋନେସିଆ ବିଶ୍ୱରେ ଏକ ନମ୍ବର ଅଟେ। ମାଲେସିଆ ଦ୍ୱିତୀୟ ସ୍ଥାନରେ ରହିଛି। ଏହା କେତେକ ଆଫ୍ରିକୀୟ ଦେଶରେ ମଧ୍ୟ ଉତ୍ପାଦିତ ହୁଏ । 

Leave a Reply

Your email address will not be published.