ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ଘୋଷଣା କଲେ ରାଜ୍ୟ ସରକାର

ଭୂବନେଶ୍ବର: ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ବର୍ତ୍ତମାନ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୯ ରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ କୋଭିଡ୍ କଟକଣା ମଧ୍ୟରେ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ସହିତ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି ।

ଅଗଷ୍ଟ ମାସରୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି । ତେବେ କେବଳ ଶେଷ ବର୍ଷର ଛାତ୍ରଛାତୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ତୃତୀୟ ଓ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କ ପାଇଁ କେବଳ କଲେଜ ଖୋଲିବ ବୋଲି ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply

Your email address will not be published.