ରାଜଧାନୀରେ ଡେଙ୍ଗୁ ଭୟ, ଚିହ୍ନଟ ହେଲେ ୫୦ ଆକ୍ରାନ୍ତ

ଭୂବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ଆଜି ଭୂବନେଶ୍ବରରୁ ୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବିଏମସିର ଚିନ୍ତା ବଢିଯାଇଛି । ଗୋଟେ କରୋନା ଅନ୍ୟପଟେ ଡେଙ୍ଗୁ ସଙ୍କଟରେ ଏବେ ରାଜଧାନୀ । ଗତ କାଲି ବିଏମସି ଅଞ୍ଚଳରୁ ୫୦ ହେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି ।

ନୂଆ ୫୦ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜଧାନୀ ଭୁବନେଶ୍ୱରରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪ କୁ ବୃଦ୍ଧି ପାଇଛି । କ୍ରମାଗତ ଭାବରେ ଭୁବନେଶ୍ୱରର ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସଫେଇ ଓ ସଚେତନନତା କାର୍ଯ୍ୟକ୍ରମ ପରେ ବି ରାଜଧାନୀରେ ଡେଙ୍ଗୁ ବେକାବୁ ହେବାରେ ଲାଗିଛି । 

Leave a Reply

Your email address will not be published.