ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେ ଓ ହାଇ ରିସ୍କ ଗ୍ରୁପରୁ ଜଣାପଡିଛି ଯେ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ) :୩ /୦୮/୨୦୨୦ 

ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେ ଓ ହାଇ ରିସ୍କ ଗ୍ରୁପରୁ ଜଣାପଡିଛି ଯେ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୧.୪ପ୍ରତିଶତ ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ସର୍ଭେରେ ଜୁନ୍ ମାସର ସ୍ଥିତି ଜଣାପଡିଛି । ଏହାପରେ ଜୁଲାଇ ସଂକ୍ରମଣ ଜାଣିବା ପାଇଁ ଭୁବନେଶ୍ୱରରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଏଥିରୁ ଜୁଲାଇ ମାସର ସ୍ଥିତି ବିଷୟରେ ଜଣାପଡିବ । କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପର୍ଯ୍ୟାୟକ୍ରମେ କରାଯିବ, ଯାହା ଦ୍ୱାରା ଅପଡେଟ୍ ଜଣାପଡିବ । ଆଜିଠାରୁ ଗଞ୍ଜାମରେ ଆରମ୍ଭ ହେଉଛି ସେରୋ ସର୍ଭେ । ୨୫ ଶହ ସାମ୍ପୁଲକୁ ନେଇ ହେବ ସର୍ଭେ । ୧୫ ଶହ କମ୍ୟୁନିଟି ହଜାରେ ହାଇ ରିସ୍କ ସାମ୍ପୁଲ କଲେକ୍ସନ କରି କରାଯିବ ସର୍ଭେ । ଖୁବଶୀଘ୍ର କଟକ ଜିଲ୍ଲାର ବଡମ୍ବା ଓ ନରସିଂପୁରରେ ହେବ ସେରୋଲୋଜି ସର୍ଭେ । ଭୁବନେଶ୍ୱର ଓ ପୁରୀ ପରେ ଆଜିଠାରୁ ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ୨୫ଟି ୱାର୍ଡରେ ନମୁନା ସଂଗ୍ରହ କରାଯିବ । ୨ହଜାର ୫୦୦ଟାର୍ଗେଟ ଥିବାବେଳେ ୧୫ଶହ କମ୍ୟୁନିଟି ଓ ହଜାରେ ହାଇରିସ୍କ ଗ୍ରୁପରୁ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ଅର୍ଥାତ ସାଧାରଣ ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଏବଂ ହାଇରିସ୍କ ଗ୍ରୁପ୍ ଅର୍ଥାତ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ଯେଉଁମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ରହିଛି ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯିବ ।

Leave a Reply

Your email address will not be published.