ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖର ପୁର ଶାଖାର ସ୍ବାଧୀନତା ଦିବସ ପାଳନ

ଭୂବନେଶ୍ବର: ଭାରତ ବିକାଶ ପରିଷଦ,ଚନ୍ଦ୍ରଶେଖର ପୁର ଶାଖା ଦ୍ଵାରା ଆଜି ୭୫ ତମ ସ୍ବାଧୀନତା ଦିବସ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଆର୍ ଏନ୍ ଡି ଲାବୋରେଟରୀ ପରିସରରେ ସମାରୋହ ସହକାରେ ପାଳିତ ହୋଇଯାଇଛି । ଭାରତ ବିକାଶ ପରିଷଦର ପୂର୍ବ କ୍ଷେତ୍ରର ପୃଷ୍ଠପୋଷକ ପ୍ରଫେସର୍ ଧନୁଷ୍ ଧାରୀ ମିଶ୍ର ତ୍ରିରଙ୍ଗା ଉତ୍ତୋଳନ କରିବା ସଂଗେ ସଂଗେ ଉପସ୍ଥିତ ସଦସ୍ୟା ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଧିକରୁ ଅଧିକ ସଂଖ୍ୟାରେ ଶାଖା ଖୋଲିବା ଦିଗରେ ଧ୍ୟାନ ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଶାଖାର ପୃଷ୍ଠପୋଷକ ତଥା ବରିଷ୍ଠ ସଦସ୍ୟ ଡ ବିଶ୍ବେଶ୍ବର ଦାଶ ପରିଷଦର ସେବା ତଥା ସଂସ୍କାର ମୂଳକ କାର୍ଯ୍ୟକ୍ରମ ର ପ୍ରଶଂସା କରିବା ସଂଗେ ସଂଗେ ଯୁବ ଶକ୍ତିକୁ ଭାରତ ବିକାଶ ପରିଷଦର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ୍ କଲେ ଆହୁରି ଅଧିକ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇପାରିବ ବୋଲି ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶାଖାର ବରିଷ୍ଠ ସଦସ୍ୟ ତଥା ପ୍ରାନ୍ତୀୟ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ସ୍ବାଧୀନତାର ମହତ୍ୱପୂର୍ଣ୍ଣ ଉପଲବ୍ଧିକୁ ନଷ୍ଟ ଭ୍ରଷ୍ଟ ନକରି ନୈତିକତା ତଥା ଜନ ସମାଜରେ ଚରିତ୍ର ଗଠନକୁ ଅଗ୍ରାଧିକାର ଦେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।
ଗୁରୁବନ୍ଦନା ଓ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଆବାହିକା ଶ୍ରୀମତୀ ନମିତା ଦାଶ ତ୍ରିରଙ୍ଗାର ବୈଶିଷ୍ଟ୍ୟ ସଂପର୍କରେ ବକ୍ତବ୍ଯ ରଖିଥିବା ବେଳେ ମହିଳା ସହଭାଗିତା କାର୍ଯ୍ୟକ୍ରମ ର ଆବାହିକା ଶ୍ରୀମତୀ ବିନୋଦିନୀ ପାତ୍ର ନିଜର ଦେଶାତ୍ମ ବୋଧକ କବିତା ଶୁଣାଇଥିଲେ।

ଶାଖା ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଡ ମନୋରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂପୂର୍ଣ୍ଣ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।
ଆର୍ ଏନ୍ ଡି ଲାବୋରେଟରୀର ନିର୍ଦ୍ଦେଶକଙ୍କ ପକ୍ଷରୁ ହାଣ୍ଡ୍ ସାନିଟାଇଜ୍, ଟେମ୍ପରେଚର୍ ରିଡିଂ ଓ ଅକ୍ସିମିଟରରେ ପଲ୍ସ ରେଟ ଚେକିଂର ବ୍ୟବସ୍ଥା କରାଯାଇଥିଲା ।


Leave a Reply

Your email address will not be published.