ରଜ ପଡିବ ଫିକା, ଏଥରକ କମିଶନରେଟ୍ ପୋଲିସ ତରଫରୁ କଡା କଟକଣା

ଭୂବନେଶ୍ବର: ଏଥରକ ଓଡିଶାରେ ଖୁସିର ପର୍ବ ରଜ ପଡିବ ଫିକା । ନାଁ ଜମିବ ବଜାରରେ ଭିଡ ନାଁ ରହିବ ଦାଣ୍ଡ ଜଗା । କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପୋଲିସ୍ ଆଜିଠୁ ଆରମ୍ଭ କରିଛି ସ୍ପୋଶାଲ ଡ଼୍ରାଇଭ୍ । ଆଗକୁ ରଜପର୍ବ ଆସୁଥିବାରୁ ଲୋକମାନେ ନିୟମ ନମାନି ବଜାରରେ ବୁଲିବାର ଅଧିକ ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ୍ କଡ଼ାକଡ଼ି ଭାବେ ଦୋକାନ ବଜାରରେ ଯାଞ୍ଚ କରିବ ।

ଏପରିକି ଦୋକାନ ଖୋଲିଲେ ସିଲ୍ କରିବ ପୋଲିସ୍ । ଏହା ସହ ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ ହେବେ ଦୋକାନୀ ।ତେଣୁ ସବୁ କଟକଣାକୁ ମାନି ରହିବାକୁ ଟ୍ୱିନ୍ ସିଟି ବାସିନ୍ଦାଙ୍କୁ ନିବେଦନ କରିଛନ୍ତି ପୋଲିସ୍ କମିଶନରେଟ୍ ।

ସୁଚନାଅନୁସାରେ ଆଜି ସାବିତ୍ରୀ ପୁଜା ଥିବାରୁ ଗତକାଲି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ତେଣୁ ଆଗକୁ ରଜ ଆସୁଥିବାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ପୋଲିସ୍ କର୍ମଚାରୀଙ୍କ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.