କରୋନା ମୃତ୍ୟୁ ହାରକୁ ନେଇ ସ୍ପଷ୍ଟିକରଣ ରଖିଲେ ପ୍ରଦୀପ୍ତ ମହାପାତ୍ର, ଏବେର ନୁହେଁ ଏହା ପୂର୍ବର ମୃତ୍ୟୁ ହାର

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁ ହାର ଥମିବାର ନାଁ ଧରୁନି । ଏଭଳି ସ୍ଥିତିରେ କରୋନା ମୃତ୍ୟୁ ହାରକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ କହିବା କଥା ଅନୁସାରେ ଏବେ ରାଜ୍ୟରେ ଆସୁଥିବା ମୃତ୍ୟୁ ହାରକୁ ନେଇ ଭୟ କରିବାର ଆବଶ୍ୟକ ତା ନାହିଁ । ଏବେ ପ୍ରତିଦିନ ଆସୁଥିବା ମୃତ୍ୟୁ ହାର ଏବେର ନୁହେଁ ମେ ଏବଂ ଜୁନ୍ ମାସର ।

ସେତେବେଳେ କରୋନା ଗ୍ରାଫ ଅଧିକ ରହିଥିଲା ଏବଂ ଅଧିକ ମୃତ୍ୟୁ ମଧ୍ୟ ହେଉଥିଲା । ମାତ୍ର ଡାକ୍ତରମାନଙ୍କ ପାଖରେ ସମୟର ଅଭାବରୁ ଏବେ ସେ ସବୁ ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ୩ ଥାକିଆ ଅଡିଟ୍ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥାଏ ତେଣୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଛି । କୋଭିଡ୍ ମୃତ୍ୟୁ ହାରକୁ ସମ୍ପୃକ୍ତ ମେଡିକାଲ, ଜିଲ୍ଲା ଏବଂ ରାଜ୍ୟର ଅଡିଟ୍ କମିଟି ଦ୍ୱାରା ହିଁ ପ୍ରସ୍ତୁତ କରାଯାଉଛି ଏବଂ ଏହା ଅତି ନିର୍ଭଲ ଭାବରେ ହିଁ ପ୍ରସ୍ତୁତ କରାଯାଉଛି । 

ଅନ୍ୟପଟେ ରାଜ୍ୟକୁ ଆଉ ୯ ଟି ଇକମୋ ମେସିନ୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଏସିଏସ୍ । ଏବଂ ସବୁ ଇକମୋ ମେସିନ୍ କଟକ ଏସସିବିରେ ଲାଗିବାକୁ ଯାଉଛି । ଏହି ୯ ଟି ଇକ୍‌ମୋ ମେସିନ୍ ରୁ ୬ ଟି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଓ ଆଉ ୩ ଟି ସିଏସଆର୍ ପାଣ୍ଠିରୁ କିଣାଯିବ । ଇକ୍‌ମୋ ମେସିନ୍ ସବୁକୁ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି ଏବଂ ମେଡିକାଲ ଷ୍ଟାଫ୍ ଙ୍କୁ ଟ୍ରେନିଂ ଦିଆଯିବା ପରେ ହିଁ ଇକ୍‌ମୋ କାର୍ଯ୍ୟକ୍ଷମ ହେବ ।

Leave a Reply

Your email address will not be published.