ଆହୁରୀ ବର୍ଷିବ ବର୍ଷା

ଭୂବନେଶ୍ବର: ରାଜ୍ୟରେ‌ ଆସନ୍ତା ୧୫ରୁ ବର୍ଷାର ପରିମାଣ ବଢିବ । ଏହାସହିତ ନିଆଣ୍ଟିଆ ବର୍ଷାର ଅଭାବ ପୂରଣ ହୋଇପାରେ ବୋଲି ସେ ଅନୁମାନ ମଧ୍ୟ କରାଯାଉଛି । ଯେହେତୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଧୀରେ ଧୀରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୧୫ ପରେ ତାରିଖ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ,‌ ବଙ୍ଗୋପସାଗରରେ ଲଘୁଚାପ ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କିନ୍ତୁ ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହୋଇନି । ଫଳରେ ବର୍ଷାର ପରିମାଣ କମ ରହୁଛି । 

Leave a Reply

Your email address will not be published.