ବିଦ୍ୟୁତ କାଟ ଯୋଗୁଁ ଚାରିଦିନ ହେବ ବନ୍ଦ ପଡିଛି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ

ବାଙ୍କୀ: ବିଦ୍ୟୁତ କାଟ ଯୋଗୁଁ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଚାରିଦିନ ହେବ ବନ୍ଦ ପଡିଛି । ଇଲେଟ୍ରି ସଂଯୋଗ ନେଇ ବିଭାଗୀୟ ଅଧିକାରୀରିଙ୍କୁ ଘେରିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ଗ୍ରାମରେ । ଏହି ଗ୍ରାମର ଲୋକେ ପିଇବା ପାଣି ପାଇଁ ନିର୍ଭର କରନ୍ତି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଉପରେ । ହେଲେ ଆଜକୁ ପାଞ୍ଚଦିନ ହେବ ପ୍ରକଳ୍ପ ବନ୍ଦ ରହିଥିବା ଯୋଗୁଁ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟେପଟେ ନଳ କୂପ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟପଟେ ପାନୀୟ ଜଳ ପ୍ରକଳ୍ପ ବନ୍ଦ ନେଇ ଗ୍ରାମରେ ଅଶାନ୍ତି ଦେଖାଦେଇଛି ।ଯାହାକି ଆଜି ଗ୍ରାମଲୋକେ ବାଧ୍ୟହୋଇ ଜାତମୁଣ୍ଡିଆ ଇଲେଟ୍ରି ଅଫିସ ଆସି ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହ ଲିଖିତ ଦାବିପତ୍ର ଦେଇଛନ୍ତି ।

ତୁରନ୍ତ ଇଲେଟ୍ରି ସଂଯୋଗ କରି ପିଇବା ପାଣି ଲୋକଙ୍କୁ ନମିଳିଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଘଟଣାରୁ ଜଣାପଡିଛି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ବକେୟା ଇଲେଟ୍ରି ବିଲ ସାତ ଲକ୍ଷରୁ ଅଧିକ ବାକିଥିବାରୁ ବିଦ୍ୟୁତ ସଂଯୋଗ କଟାଯାଇଛି । ହେଲେ ଅଭିଯୋଗ କାରୀଙ୍କ କହିବାର କଥା ସାଧାରଣ ଲୋକଙ୍କର ଏକମାସ ବିଦ୍ୟୁତ ବିଲ ବାକି ରହିଲେ ଲାଇନ କାଟିଦିଆ ଯାଉଛି ହେଲେ ପାନୀୟ ଜଳ ପ୍ରକଳ୍ପର ବକେୟା ବିଲ ଏତେ ଟଙ୍କା ରହିବା ଘଟଣାରେ ଦାୟୀ କିଏ କାହିଁକି ଆଗରୁ ଆଦାୟ କରାଗଲା ନାହିଁ । ଏବେ ଲୋକଙ୍କୁ କାହିଁକି ହଇରାଣ କରାଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ଏସବୁ ସମସ୍ୟା ସମାଧାନ କରାଯାଇ ତୁରନ୍ତ ଗ୍ରାମଲୋକଙ୍କୁ ପିଇବା ପାଣି ଯୋଗାଇଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published.