ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ

ପୁରୀ, (ନାଗରାଜ ନ୍ୟୁଜ): ଶୁକ୍ରବାର ଭକ୍ତଙ୍କ ଲାଗି ବନ୍ଦ ରହିବ ଜଗା ଦର୍ଶନ । ଯେହେତୁ ସୁନିଆଁ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ହେବ । ଅନ୍ୟପଟେ ପୁରୀବାସୀ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ କଡା ବିରୋଧ କରାଯାଇଛି, କିନ୍ତୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ସେହିପରି କନ୍ୟା ସଂକ୍ରାନ୍ତି ଶ୍ରାବଣ ମକତ ନକ୍ଷତ୍ର ସନ ୧୪୨୯ ସାଲ ଆରମ୍ଭ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳନ କରାଯିବ ।

ତେଣୁ ଆସନ୍ତାକାଲି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ତେବେ ଅଗଷ୍ଟ ୧୬ ତାରିଖରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା । ୫ ଦିନ ଧରି କାଳିଆକୁ ପୁରୀବାସୀ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମାତ୍ର ୨୩ ତାରିଖରୁ ସ୍ୱତନ୍ତ୍ର ଦର୍ଶନ ଆଧାରରେ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେବେ ପୁରୀରେ ଏବେ ସର୍ବସାଧାରଣଙ୍କ ପାଇଁ ସପ୍ତାହକୁ ୬ଦିନ ଶ୍ରୀମନ୍ଦିର ଖୋଲାରହୁଛି । ରବିବାର ଶ୍ରୀମନ୍ଦିର ବନ୍ଦ କରାଯାଇ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।

Leave a Reply

Your email address will not be published.