କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ବାର୍ଷିକ ଉତ୍ସବ, ଆଧ୍ୟାତ୍ମିକତା ଶିକ୍ଷା ଉପରେ ଅତିଥିମାନଙ୍କ ଗୁରୁତ୍ବ 

ଭୁବନେଶ୍ବର: ଲୋହିଆ ଏକାଡ଼ମୀ ପରିସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ‘ଜୀବନ ଜୀବିକା ଓ ଆଧ୍ୟାତ୍ମିକତା’ ଉପରେ ଆୟୋଜନ କରାଯାଇଥିବା ଆଲୋଚନା ଚକ୍ରରେ ଯୋଗଦେଇଥିବା ଅତିଥିମାନେ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେଇ କହିଥିଲେ ଆଧ୍ୟାତ୍ମିକ ଶିକ୍ଷା ଅପରାଧ ମୁକ୍ତ ଭାରତ କଠନରେ ସହାୟକ ହୋଇପାରିବ।  କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ଡ଼.ଶ୍ବେତ କୁମାର ଦାଶ ମୁଖ୍ୟ ବକ୍ତ୍ୟା, ସମାଜସେବୀ ଦୀନବନ୍ଧୁ ଦାସ, ଆଇଆଇଟି ଖଡ଼କପୁର ଇଂଜିନିୟର ଗଣନାଥ ବେହେରା, ହାସ୍ୟ ଅଭିନେତା ରବି କୁମାର ଓ ପ୍ରଶାସକ ଗୌତମ ଚରଣ ସ୍ବାଇଁ ଅତିଥିଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଡ଼.ସୁଶାନ୍ତ ଦାସ ସଭାପତିତ୍ବ କରିବା ସହି କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସଂପାଦକ ବିଦ୍ୟାଧର ବାରିକ ବାର୍ଷିକ ବିବରଣୀପାଠକରିବା ସହିତ ସ୍ବାଗତ ଭାଷଣ ‌ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅତିଥିମାନେ ଅନୁଷ୍ଠାନର ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସାକରି କହିଥିଲେ ଅନୁଷ୍ଠାନର ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନର ପ୍ରୟାସ ଦିନେ ରାଜ୍ୟ ପାଇଁ ଗର୍ବ ଓ ଗୌର ଆଣି ଦେବ। ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ସୁକାନ୍ତ ରଉତ ସମସ୍ତ ଅତିଥିମା‌ନଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ସଂଗ୍ରାମ କିଶୋର ଦାସ, ସତ୍ୟଜିତ୍, ନିଲୁ, ରାନୀ ଓ ଭରତ ସହଯୋଗକରିଥିଲେ।

 

Leave a Reply

Your email address will not be published.