ଆଜିଠୁ ବଡଦେଉଳରେ ହେବ ଲେଜର ସ୍କାନିଂ

ପୁରୀ: ବଡଦେଉଳ ଛାଡି ପୋଡପିଠା ଆଶାରେ ମହାପ୍ରଭୂ ବାହୁଡ଼ି ଯାଇଛନ୍ତି ମାଉସୀ ମା ଘର । ପ୍ରଭୂଙ୍କ ବିନା ସମ୍ପୂର୍ଣ୍ଣ ଏକା ପଡିଯାଇଛି କାଳିଆର ବଡ ଦେଉଳ । ଏହିସମୟରେ ପୂର୍ବ ନିର୍ଦ୍ଧାରିତ ଆଲୋଚନା ଅନୁଯାୟୀ ଆଜିଠାରୁ ବଡ ମନ୍ଦିରରେ ଆରମ୍ଭ ହୋଇଛି ଲେଜର ସ୍କାନିଂ ପ୍ରକିୟା । ଏଏସଆଇର ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି ।

ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିବା ବେଳେ କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । ରୂପାଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ। ଏଥିପାଇଁ ସେବାୟତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ ।

Leave a Reply

Your email address will not be published.