ଲକଡାଉନ କଟକଣା ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି SRC

ଭୁବନେଶ୍ଵର:ଜୁନ୍‌ ୧୭ ତାରିଖ ସକାଳ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ।

ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି SRC। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ। କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ। CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍‌ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍। ଯାତ୍ରାବେଳେ ବସ’ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।

Leave a Reply

Your email address will not be published.