ଜୁନ ୧୭ ଯାଏଁ ବଢିଲା ଲକଡାଉନ

ଭୂବନେଶ୍ବର: ରାଜ୍ୟରେ ପୁଣି ବଢିଲା ଲକଡାଉନର ଅବଦ୍ଧି । ଆସନ୍ତା ଜୁନ୍‌ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍‌ ବଢାଇଛନ୍ତି ସରକାର। ମେ ୫ ତାରିଖରୁ ଲକଡାଉନ୍‌ ରାଜ୍ୟରେ ରହିଛି। ବର୍ତ୍ତମାନ ସମୟରେ ରାଜ୍ୟର ପଜିଟିଭ୍‌ ହାର ୧୫ ପ୍ରତିଶତ ରହିଛି। ଦ୍ୱିତୀୟ ଲକଡାଉନ୍‌ ସମୟରେ ଅନେକାଂଶରେ ସଂକ୍ରମଣ କମିଛି । ହେଲେ ମୃତ୍ଯୁ ସଂଖ୍ଯାରେ ଲାଗୁନି ବ୍ରେକ ।

ଏହାକୁ ରୋକିବାପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବାର ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ କହିବା କଥା ଅନୁସାରେ ପୂର୍ବ ଅପେକ୍ଷା ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା କମିଛି । ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ୫ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି । ୧୯ଟି ଜିଲ୍ଲାରେ ପିଜିଟିଭ୍ ରେଟ୍ କମୁଛି । ଟେଷ୍ଟିଂ ବଢିଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମିଛି ବୋଲି ଆଜି ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.