ଜୁନ ୧ ଯାଏଁ ବଢିଲା ଲକଡାଉନ

ଭୂବନେଶ୍ଵର: କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟରେ ବଢିଲା ଲକ୍‌ଡ଼ାଉନ୍ । ମେ ୩୧ ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ । ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି ।

ଲକଡାଉନ୍ କଟକଣା ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ବୃଦ୍ଧି କରାଯାଇଛି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ସକାଳ ୭ଟାରୁ ଦିନ ୧୧ଟା ଯାଏ ପାଦରେ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ ।

Leave a Reply

Your email address will not be published.