ଆରମ୍ଭ ହୋଇଛି ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି, ରଥକୁ ବିଜେ କଲେ ପ୍ରଭୂ ସୁଦର୍ଶନ

ପୁରୀ: ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ରିତିନୀତି । ପରମ୍ପରା ଅନୁଯାୟୀ ପବିତ୍ର ରଥଯାତ୍ରା ନିମନ୍ତେ ତିନି ନବ ନିର୍ମିତ ରଥର ପ୍ରତିଷ୍ଠା ପୂଜା ହେଉଛି । ଏହା ସହ ତିନି ରଥ ଶ୍ରୀଜିଉଙ୍କ ଆଗମନ ଆରମ୍ଭ ହୋଇଛି । ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି । ସୁଦର୍ଶନଙ୍କ ପଛରେ ପ୍ରଭୁ ବଡଠାକୁର ବଳଦେବ ନିଜ ରଥକୁ ବିଜେ କରିଛନ୍ତି । ଏହା ପରେ ପରେ ମାତା ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଛି । 

Leave a Reply

Your email address will not be published.