ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ଘଟଣାକୁ ରାଜନୀତିକରଣ କରାନଯାଉ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଧାନସଭାରେ କହିଛନ୍ତିଯେ, ଏହା ଏକ ଅତି ସମ୍ବେଦନଶୀଳ ଘଟଣା । ମମିତାଙ୍କ ମୃତ୍ୟୁ ଆମ ସମସ୍ତଙ୍କୁ ମର୍ମାହତ କରିଛି । ସେ ଥିଲେ ଓଡ଼ିଶାର ଯୁବା ଏବଂ ଉଜ୍ୱଳ ଭବିଷ୍ୟତ। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କୁ ସମବେଦନା ଜଣାଉଛି । ବିରୋଧୀଙ୍କ ବିରୋଧକୁ ରାଜନୀତିକରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଯେଉଁଭଳି ରାଜନୀତିକରଣ କରୁଛନ୍ତି ଏହି ପ୍ରସଙ୍ଗକୁ ତାହା ବ୍ୟଥିତ କରୁଛି ବୋଲି ଆଜି ଗୃହରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ମୋ ସରକାରରେ ଲୋକଙ୍କ ପାଇଁ କାମ କରୁଛନ୍ତି ।

ବିଶେଷ ଭାବେ ମହିଳା ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଏପରିକି ପୁଲିସକୁ ବିନା ଭୟ ଓ ଦ୍ୱନ୍ଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିଯେ, ଏହି ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ । ସେ କହିଛନ୍ତି, ଆସନ୍ତା ୪୮ ଘଣ୍ଟାରେ ବାତ୍ୟା ଆମ ରାଜ୍ୟ ପାଇଁ ଏକ ବିପଦ ସୃଷ୍ଟି କରିବାକୁ ଯାଉଛି । କୋଭିଡର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ କେବିକେ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିପାରେ । ମୁଁ ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ୟ୍ୟରେ ସହଯୋଗ କରନ୍ତୁ ।

Leave a Reply

Your email address will not be published.