ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୂବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷଭାବେ ଘରୋଇ ପିଲାଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖାଦେଇଛି । ଏହାସହିତ ଅଭିଭାବକମାନେ ମଧ୍ୟ ପିଲାଙ୍କ ପରୀକ୍ଷା ମୂଲ୍ୟାୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହିତ ସେମାନଙ୍କର ପରୀକ୍ଷା ଫଳ ୩୦ ପ୍ରତିଶତ ବଢ଼ାଯାଉ ବୋଲି ଦାବି କରିଥିଲା ଘରୋଇ ସ୍କୁଲ୍‌ର ଛାତ୍ରାଛତ୍ରୀ । ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା।

ଏନେଇ ମାଟ୍ରିକ ପରୀକ୍ଷା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତାଙ୍କ କହିବା କଥା ଅନୁସାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଜୁଲାଇ ୩୦ରେ ପରୀକ୍ଷା ଦେବାପାଇଁ ନିର୍ଦ୍ଧିଷ୍ଟ ହୋଇଥିବା ବେଳେ ଜୁଲାଇ ୫ରୁ ଏନେଇ ଫର୍ମ ଗ୍ରହଣ କରାଯିବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ସତି କରିବେ । ଏଥିସହ ୭୦ପ୍ରତିଶତ ମାର୍କର ପରୀକ୍ଷା ହେବ। କୋଭିଡ୍ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ। ପନ୍ଦରଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ।

Leave a Reply

Your email address will not be published.