ନନ୍ଦନକାନନ: ବିରଳ କଳା ବାଘ ’ଭିକି’ ଓ ଧଳା ’ରାଗିଣୀ’ଙ୍କ ସମେତ ୧୩ ଇନ୍ଦୋର ଗଲେ

ନାଗରାଜ ନ୍ୟୁଜ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ବିଦାୟ ନେଲା ବିରଳ କଳା ରଙ୍ଗର ମହାବଳ ବାଘ ’ଭିକି’,ଧଳା ରଙ୍ଗର ବାଘୁଣୀ ’ରାଗିଣୀ’। ଏମାନଙ୍କ ସହିତ ୩ଟି ଘଡିଆଳ କୁମ୍ଭୀର ( ୨ ଅଣ୍ଡିରା ଓ ୧ ମାଈ) ଓ ଏକ ହଳ ରୌପ୍ୟ କୁକୁଟ, ଏକ ହଳ ସୁବର୍ଣ୍ଣ କୁକୁଟଙ୍କ ସମେତ ମୋଟ ୧୩ଟି ଜୀବଙ୍କୁ ମଧ୍ୟପ୍ରଦେଶର ପୁନେସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହଣାଳୟକୁ ପଠାଯାଇଛି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରୀୟାରେ ଏହି ସବୁ ପ୍ରାଣୀଙ୍କୁ ପଠାଯାଇ ଥିବା କର୍ତ୍ତୁପକ୍ଷଙ୍କ ସୂଚନା। କେନ୍ଦ୍ରୀୟ ଚିଡିଆଖାନାର ନିର୍ଦ୍ଦେଶକ୍ରମେ ପୂର୍ବରୁ ହୋଇଥିବା ଚୂକ୍ତି ମୁତାବକ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟରୁ ଆସିଥିବା ଛଅ ଜଣିଆ କର୍ମଚାରୀ ଦଳ ଉପରୋକ୍ତ ପ୍ରାଣୀମାନଙ୍କୁ ସ୍ବତନ୍ତ୍ର ଗାଡିରେ ଧରି ଅପରାହ୍ନରେ ଇନ୍ଦୋର ପ୍ରତ୍ୟ‌ାବର୍ତ୍ତନ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ନନ୍ଦନକାନନ କର୍ତ୍ତୁପକ୍ଷ ସେଠାରୁ  ୨ ସିଂହୀ, ୧ ମାଈ କୋକିଶିଆଳି, ୩  ଭାରତୀୟ ଗଧିଆ( ୨ ଅଣ୍ଡିରା ଓ ୧ ମାଈ),୩ଟି ଘଡିଆଳ କୁମ୍ଭୀର ( ୧ ଅଣ୍ଡିରା ଓ ୨ ମାଈ)ଙ୍କୁ ମିଶଇ ମୋଟ ୯ ଜୀବଙ୍କୁ ଆଣିଥିଲେ। ଏବେ ପ୍ରତିବଦଳରେ ୧୩ଟି ପ୍ରାଣୀଙ୍କୁ ହସ୍ତାନ୍ତର କରିଛନ୍ତି। ବିରଳ କଳା ରଙ୍ଗର ମହାବଳ ବାଘ ’ଭିକି’(୫) ହେଉଛି ନନ୍ଦନକାନନରେ ଜନ୍ମିତ ଦ୍ବିତୀୟ ବିରଳ କଳା ରଙ୍ଗର। ’କ୍ରୀଷ୍ଣା’ ହେଉଛି ନନ୍ଦନକାନନର ପ୍ରଥମ ଜନ୍ମିତ ବିରଳ କଳା।

Leave a Reply

Your email address will not be published.