ନନ୍ଦନକାନନରେ ବାଘୁଣୀ ଅନିନୀ ମୃତ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬ ବର୍ଷ ବୟସର ସାଧାଣ ନାଲି ରଙ୍ଗର ବାଘୁଣୀ ’ଆନିନୀ’ର ଆଜି ମୃତ୍ୟୁ ହୋଇଛି। ସେ ପ୍ରାୟ ଏକମାସ ହେବ ରକ୍ତଜନିତ ସଂକ୍ରମଣର ଶୀକାର ହୋଇ ଅସୁସ୍ଥ ଥିଲା। ତାକୁ ନନ୍ପ୍ରଦନକାନନର ଚିକିତ୍ତିସକମାନେ ବିଶେଷଜ୍ଞ ଚିକିତ୍ସକଙ୍କ ପରାମର୍ଶକ୍ରମ‌େ ଇଂଜେକ୍ସନ ଦେଇ ଚିକିତ୍ସା କରୁଥିଲେ। ତାର ରକ୍ତ ସଂକ୍ରମିତ ହୋଇ କ୍ରମଶଃ ହିମେଗ୍ଲୋବିନ୍ କମି କମି ଯିବାରୁ ସେ ଗୁରତର ହୋଇଥିଲା। ଗତ ସପ୍ତାହରେ ତାର ସମ ବୟସ୍କ ଭାଇ କଳା ରଙ୍ଗର ବାଘ ’କ୍ରୀଷ୍ଣା’ ଠାରୁ ୨ ୟୁନିଟ ରକ୍ତ ନେଇ ଦିଆଯିବାର ସେ ଏକପ୍ରକାର ସୁସ୍ଥ ହୋଇଥିଲା। ହେଲେ ତାର ମୃତ୍ୟୁ ହୋଇଛି।

ଫଳରେ ନନ୍ଦନକାନନର ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି। ଏହା ମଧ୍ୟରେ ୧୩ଟି ସାଧାରଣ ନାଲି, ୮ଟି ଧଳା ଓ  ୪ଟି କଳା ରଙ୍ଗର ବାଘ ଅଛନ୍ତି।

Leave a Reply

Your email address will not be published.