ଜାତୀୟ କୃଷି ବଜାରର ନୂତନଗୃହ ଓ ସାପ୍ତାହିକନୂତନ ପରିବା ହାଟ ଉଦଘାଟନ


ବାଙ୍କୀ : ବାଙ୍କୀ ନିୟନ୍ତ୍ରୀତ ବଜାର କମିଟ ତରଫରୁ ଘାସିପୁଟ ଠାରେ ଜାତୀୟ କୃଷି ବଜାରର ନୂତନଗୃହ ଓ ସାପ୍ତାହିକନୂତନ ପରିବା ହାଟର ଶୁଭ ଉଦ୍ଘାଟନ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ବାଙ୍କିର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ଆଜିକାଲିର ବଜାର ଦରକୁ ଦୃଷ୍ଟିରେ ରଖି ଚାଷୀ ତାର ପନିପରିବା ତଥା କୃଷିଜାତ ଦ୍ରବ୍ୟକୁ କିଭଳି ସୁବିଧାରେ ପାଖରେ ଓ ଉଚିତ ଦାମରେ ବିକ୍ରି କରି ପାରିବ ସେନେଇ ଏହି ନୂତନ କୃଷକ ବଜାର ବ୍ୟବସ୍ଥା କରାଯାଇଛି ସରକାରଙ୍କ ନିୟନ୍ତ୍ରିତ ବଜାର ପକ୍ଷରୁ ।ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବାଙ୍କିର କୃଷକ, ନିୟନ୍ତ୍ରିତ ବଜାର କମିଟ ସଦସ୍ୟ ଓ ଆଖପାଖର ଲୋକେ ଉପସ୍ଥିତ ରହି ଏହାର କିଭଳି ସଫଳ ରୂପାୟନ ହୋଇପାରିବ ଚାଷୀ କିଭଳି ଏହାର ଫାଇଦା ଉଠାଇବେ ତାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଧାୟକ ଓ ବାଙ୍କୀ ଉପଜିଲାପାଳ ।

Leave a Reply

Your email address will not be published.